କରୋନା: ଭାରତରେ ୨୩୦୧ ଆକ୍ରାନ୍ତ, ୫୬ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୮୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୧୫୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୩୩୫ ଜଣ ଥିବାବେଳେ ଏହା ପଛକୁ ତାମିଲନାଡୁରେ ୩୦୯ ଓ କେରଳରେ ୨୮୬ ଜଣ ରହିଛନ୍ତି। ସେହିପରି ଦିଲ୍ଲୀରେ ୨୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୬୭ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୨୩୦୩ ଏବେ ଚିକିତ୍ସାଧୀନ ଥିବାବେଳେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୯୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଏହି ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୪୨୩ ଆକ୍ରାନ୍ତ ଥିବାବେଳେ ତାମିଲନାଡୁରେ ୩୦୯, ଦିଲ୍ଲୀରେ ୨୯୩, କେରଳରେ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ରାଜ୍ୟର ତଥ୍ୟକୁ ଭିତ୍ତିକରି ଏହି ତଥ୍ୟ ପ୍ରକାଶ କରାଯାଇଛି।

Comments are closed.