ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।ଆଜି ୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ମୟୁରଭଞ୍ଜ, ବରଗଡ ଜିଲ୍ଲାରୁ ୨ଜଣ ଲେଖାଏଁ, କଟକ, ମାଲକାନଗିରି, ବଲାଙ୍ଗୀର, ପୁରୀ ଏବଂ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Comments are closed.