ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୩୨୫

ଭୁବନେଶ୍ବର : ରଜ୍ୟରେ ମଙ୍ଗଳବାର ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୩୨୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭିଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

 

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମନଙ୍କ ମଧ୍ୟରୁ ପୁରୀ – ୧୭, କେନ୍ଦ୍ରାପଡ଼ା- ୧୬, ମାଲକାନଗିରି- ୧୬, କଟକ- ୭ ଜଣ ରହିଛନ୍ତି।  ନୟାଗଡ଼, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା ଜିଲାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳ ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧା ଜିଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଜଗତସିଂହପୁର ଓ ନବରଙ୍ଗପୁର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Comments are closed.