ରାଜ୍ୟରେ ସୁସ୍ଥ ହେଲେ ଆଉ ୨୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ରବିବାର ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୨୨୪କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୯୯ ଜଣ ଗଞ୍ଜାମ ଜିଲାରୁ ସୁସ୍ଥ ହୋଇଛନ୍ତି । ଗଜପତି ଜିଲାରୁ -୫୬, ଝାରସୁଗୁଡା- ୩୩, କଟକ- ୧୬, ନବରଙ୍ଗପୁର- ୧୬, ବାଲେଶ୍ବର- ୧୫, ସମ୍ବଲପୁର- ୧୧, ଖୋର୍ଦ୍ଧା- ୧୦, ମୟୁରଭଞ୍ଜ- ୮, କେନ୍ଦୁଝର- ୬, ପୁରୀ- ୬, ଜଗତସିଂହପୁର- ୫, ନୟାଗଡ- ୩, ବରଗଡ଼ ଓ କୋରାପୁଟ ଜିଲାରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁର ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Comments are closed.