ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ ; ମୋଟ ସୁସ୍ଥଙ୍କ ସଂଖ୍ୟା ୨,୭୦୮

ଭୁବନେଶ୍ବର : ରାଜ୍ୟରେ ରବିବାର ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା  ସୁସ୍ଥଙ୍କ ସଂଖ୍ୟା ୨,୭୦୮କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି  ।

ଆଜି ସୁସ୍ଥ ହୋଇଥିବା ୧୧୪ କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ – ୩୦, ଖୋର୍ଦ୍ଧା -୨୩, ଗଞ୍ଜାମ- ୧୭, କଟକ- ୧୧, ମୟୁରଭଞ୍ଜ- ୧୦, ଗଜପତି- ୮, ବରଗଡ଼- ୫, ନୟାଗଡ଼- ୪, ବଲାଙ୍ଗୀର-୩, କୋରାପୁଟ, ସମ୍ବଲପୁର ଓ ବଲେଶ୍ବର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comments are closed.