ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ ; ଆରୋଗ୍ୟଙ୍କ ସଂଖ୍ୟା ୧, ୭୧୬କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଶନିବାର ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧, ୭୧୬କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ଜଣାଯାଇଛି ।

ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ୧୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ୩୩, ବଲାଙ୍ଗୀରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡ଼ରୁ ୧୦, ଜଗତସିଂହପୁର ୮, ଗଂଜାମ ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏଁ, କଟକ ଓ ସୋନପୁରରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ନୟାଗଡ଼ରୁ ୨ ଏବଂ ମୟୁରଭଞ୍ଜରୁ ଜଣେ ସୁସ୍ଥ ହୋଇଛନ୍ତି ।

Comments are closed.