ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ପାଇଁ ଖୁସି ଖବର। ସୋମବାର ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧,୨୪୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିକ କରି ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ  ଯାଜପୁର-  ୬୦, କଟକ- ୧୩,  କେନ୍ଦ୍ରାପଡା- ୧୨, ଗଜପତି- ୯, ନୟାଗଡ଼-୬, ସୁନ୍ଦରଗଡ-୫, ବାଲେଶ୍ବର -୩, ପୁରୀ- ୩, ଖୋର୍ଦ୍ଧା-୩, ସମ୍ବଲପୁର-୧ , ବଲାଙ୍ଗୀର ଓ ଗଞ୍ଜାମ ଜିଲାରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

 

Comments are closed.