ଆଜି ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୬୦୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର ୩୬୦୭କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୩୩୪୬୬କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବିଟ କରି ସୂଚନା ଦେଇଛନ୍ତି।

 

ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୩୭ ଜଣ ଅଛନ୍ତି । ସେହିପରି ପୁରୀ- ୪୧୫, କଟକ- ୨୯୯, ବଲାଙ୍ଗିରି- ୧୪୦, ମୟୁରଭଞ୍ଜ- ୧୨୮, ଯାଜପୁର- ୧୨୭, ବାଲେଶ୍ୱର- ୧୧୨, ସୁନ୍ଦରଗଡ଼- ୧୦୭, ଜଗତସିଂହପୁର- ୧୦୫, ନବରଙ୍ଗପୁର- ୧୦୪, ସୋନପୁର- ୧୦୦, ବରଗଡ଼- ୮୪, କେନ୍ଦ୍ରାପଡ଼ା- ୮୪, ଝାରସୁଗୁଡ଼ା- ୮୨, ରାୟଗଡ଼ା- ୮୦, ଗଞ୍ଜାମ- ୭୫, କୋରାପୁଟ- ୭୫, ସମ୍ବଲପୁର- ୭୧, ନୟାଗଡ଼- ୫୫, ଭଦ୍ରକ- ୫୪, ନୂଆପଡ଼ା- ୪୪, କେନ୍ଦୁଝର- ୪୩, ମାଲକାନଗିରି- ୩୭, ବୌଦ୍ଧ- ୩୦, ଢେଙ୍କାନାଳ- ୨୮, ଗଜପତି- ୨୬, କଳାହାଣ୍ଡି- ୧୯, ଦେବଗଡ଼- ୧୮, କନ୍ଧମାଳ- ୧୬ ଓ ଅନୁଗୋଳ ଜିଲାରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.