ରାଜ୍ୟରେ ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ ; ଆରୋଗ୍ୟଙ୍କ ସଂଖ୍ୟା ୧, ୪୮୧

ଭୁବନେଶ୍ବର  : ରାଜ୍ୟରେ ଗୁରୁବାର ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୪୮୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ୬୫ ଜଣଙ୍କ ମଧ୍ୟରେ ଗଂଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ, ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗୀରରୁ ୬, ଖୋର୍ଦ୍ଧାରୁ ୩, ବାଲେଶ୍ୱର ଏବଂ ଯାଜପୁରରୁ ୨ ଜଣ ଲେଖାଏଁ ଓ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Comments are closed.