ରାଜ୍ୟରେ ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ ; ଗଞ୍ଜାମରେ ସର୍ବାଧିକ ୧୦୭

ଭୁବନେଶ୍ବର :  ରବିବାର ରାଜ୍ୟରେ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳ​ରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭୫୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଟ୍ବିଟ କରି ସୂଚନା ଦିଆଯାଇଛି।

 

ଆଜି ଗଞ୍ଜାମରୁ ସର୍ବାଧିକ ୧୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ-୭୧, ମୟୁରଭଞ୍ଜ- ୩୮, ସୁନ୍ଦରଗଡ- ୩୮, ଯାଜପୁର-୨୫, ନବରଙ୍ଗପୁର- ୨୪, ସମ୍ବଲପୁର- ୨୨, ଖୋର୍ଦ୍ଧା- ୧୫, ବାଲେଶ୍ବର-୯ , ବରଗଡ଼ – ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଅନୁଗୋଳ , କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଓ କୋରାପୁଟରୁ ୪ ଜଣ । ଭଦ୍ରକ, ବୌଦ୍ଧ ଓ କେନ୍ଦୁଝର ଜିଲାରୁ ୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରୁ ନୟାଗଡ଼ ଓ ପୁରୀ ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.