ରାଜ୍ୟରେ ସୁସ୍ଥ ହେଲେ ୧୪୬ କରୋନା ଆକ୍ରାନ୍ତ ; ମୋଟ ସୁସ୍ଥଙ୍କ ସଂଖ୍ୟା ୨,୮୫୪

ଭୁବନେଶ୍ବର : ରାଜ୍ୟରେ ସୋମବାର ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୫୪ କୁ ବୃଦ୍ଧି ହୋଇଛି ।

ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆଜି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥଙ୍କ ମଧ୍ୟରୁ କଟକ- ୨୬, ଖୋର୍ଦ୍ଧା- ୨୩, ଗଞ୍ଜାମ- ୧୮, ମୟୁରଭଞ୍ଜ- ୧୩, ଗଜପତି- ୧୨, ଭଦ୍ରକ- ୧୧, ବଲାଙ୍ଗୀର – ୧୧ , କଳାହାଣ୍ଡି- ୪, ଜଗତସିଂହପୁର-୧, କନ୍ଧମାଳ, କୋରାପୁଟ ଓ  ରାୟଗଡ଼ା ଜିଲାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଯାଜପୁର ଓ ନୟାଗଡ ଜିଲାରୁ ୩ ଜଣ ଏବଂ ଢେଙ୍କାନାଳ, ନୂଆପଡ଼ା ଓ ପୁରୀ ଜିଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comments are closed.