କରୋନାକୁ ହରାଇଲେ ୮୬ବର୍ଷୀୟ ବୃଦ୍ଧ

ପାତ୍ରପୁର : ଦୃଢ଼ ମନୋବଳ ଯୋଗୁ ପରିଣତ ବୟସରେ ବି କେରୋନାକୁ ମାତ ଦେଇଛନ୍ତି ଜଣେ ୮୬ବର୍ଷୀୟ ବୃଦ୍ଧ। ପାତ୍ରପୁର ବ୍ଳକ ମନ୍ଦରଡା ପଞ୍ଚାୟତ ହୁକୁମା ଗ୍ରାମର ଦଣ୍ଡପାଣି ପ୍ରଧାନ କାରୋନାକୁ ମାତ ଦେଇଛନ୍ତି। ହୁକୁମା ଗ୍ରାମକୁ କେରୋନା ଗ୍ରାସ କରିଥିଲା। ଗ୍ରାମର ୨୮ରୁ ଅଧିକ ପିଲାଠାରୁ ବୟସ୍କ କେରୋନାରେ ସଂକ୍ରମିତ ହୋଇଥିଲେ। ଏପରିକି ଗ୍ରାମର ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଏହି ଗ୍ରାମର ବୃଦ୍ଧ ଦଣ୍ଡପାଣି ଏବଂ ତାଙ୍କ ପୁଅ-ବୋହୂ ମଧ୍ୟ କେରୋନାରେ ଆକ୍ରାନ୍ତ ହୋଇଥିଲେ। ଦଣ୍ଡପାଣି ଏହାକୁ ଖାତିରି ନକରି ସାତଦିନ ପାରଳା ମହାରାଜା କୋଭିଡ ସେଣ୍ଟରରେ କଟାଇ ଘରକୁ ସୁସ୍ଥ ହୋଇ ଫେରିଛନ୍ତି। ପିଲାଟିବେଳୁ ଜମିରେ ଚାଷ କରୁଥିବା ଦଣ୍ଡପାଣି ଜଣେ ଅଗ୍ରଣୀ ଚାଷୀ। ପଞ୍ଚାୟତ ନିର୍ବାଚନରେ ଥରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ବିଗତ ନିର୍ବାଚନରେ ବୋହୂକୁ ସରପଞ୍ଚ ବିଜୟୀ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେରୋନାକୁ ନଡରି ସାମାଜିକ ଦୂରତ୍ୱ, ସରକାରୀ ସଚେତନତା ପ୍ରତି ଧ୍ୟାନ ଦେଲେ ସେଥିରୁ ମୁକ୍ତି ମିଳିବ ବୋଲି ଏବେ ସେ ଲୋକଙ୍କୁ ବୁଝାଉଛନ୍ତି। କେରୋନାରେ ଆକ୍ରାନ୍ତ ହୋଇ ଏହି ଅଞ୍ଚଳର ତିନିଜଣଙ୍କ ପ୍ରାଣ ଚାଲି ଯାଇଛି।