କରୋନା ମୁକାବିଲା: ୬୧୨୮ଟି ସିସିଏଚରେ ୬୧,୪୧୦ ଶଯ୍ୟା

୫ଲକ୍ଷ କୋଭିଡ୍‌ ଯୋଦ୍ଧାଙ୍କୁ ତାଲିମ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା କୋଭିଡ କେୟାର ହୋମ୍‌ ଏବଂ କ୍ଲଷ୍ଟର ଟିଏମ୍‌ସି ସଂପର୍କରେ ସୂଚନା ଦେଇ ପଞ୍ଚାୟତରାଜ ପ୍ରମୁଖ ସଚିବ କହିଥିଲେ ଯେ କରୋନା ଭୂତାଣୁ ସଂକ୍ରମଣ ଭୂତାଣୁକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ରାଜ୍ୟରେ ୬୧,୪୧୦ ଶଯ୍ୟା ବିଶିଷ୍ଟ ୬୧୨୮ଟି କୋଭିଡ କେୟାର ହୋମ ଖୋଲାଯାଇଛି ଓ ସେଥିରେ ମାତ୍ର ୪୨୬ ଜଣ ରହିଛନ୍ତି। ସେହିପରି ୪୭୯୧୯ ଶଯ୍ୟା ବିଷିଷ୍ଟ ୧୧୮୩ କ୍ଲଷ୍ଟର ଟିଏମ୍‌ସି ଖୋଲାଯାଇଛି ଓ ସେଗୁଡିକରେ ୧୮୧୫୩ ଜଣ ରହିଛନ୍ତି। ବିଭିନ୍ନ ସହରାଞ୍ଚଳରେ ୬୨୦୦ ଶଯ୍ୟା ବିଶିଷ୍ଟ ୧୭୫ଟି କୋଭିଡ କେୟାର ସେଣ୍ଟର ଖୋଲା ଯାଇଥିବା ବେଳେ ସେଥିରେ ବର୍ତ୍ତମାନ ୪୧ ଜଣ ଚିକିତ୍ସିତ ହେଉଛନ୍ତି। ସହରାଞ୍ଚଳରେ ୬୦ ହଜାର ଶଯ୍ୟା ବିଶିଷ୍ଟ ୮୧୪ଟି ଟିଏମ୍‌ସିରେ ୩୯୪୫ ଜଣ ରହିଛନ୍ତି ବୋଲି ଜଣାପଡିଛି ।
ଗ୍ରାମ କଲ୍ୟାଣ ସମିତି ସ୍ତରରେ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡୀ କର୍ମଚାରୀଙ୍କୁ ମିଶାଇ ୫ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଇତି ମଧ୍ୟରେ ତାଲିମ ପ୍ରଦାନ କରାଯାଇଛି। ଏହାସହିତ ଅଣ-କୋଭିଡ ହସ୍‌ପିଟାଲରେ କାର୍ଯ୍ୟ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ସୁରକ୍ଷା ତାଲିମ ଦିଆଯାଉଛି । ସେହିପରି ପୂର୍ବରୁ ଟିଏମ୍‌ସିରେ ରହିଥିବା ୩.୨ ଲକ୍ଷ ପ୍ରବାସୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ସେମାନେ କୋଭିଡ୍‌ ଭଲ୍ୟୁଣ୍ଟର ଭାବରେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି।

Comments are closed.