କରୋନା ମୁକାବିଲା : ସହରର ବିଭିନ୍ନ ଅଂଚଳକୁ ସଂକ୍ରମଣ ମୁକ୍ତ କରିବା ପାଇଁ ଉଦ୍ୟମ

ଯାଜପୁର : ଯାଜପୁର ଜିଲାରେ ସମ୍ଭାବ୍ୟ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ବୁଧବାର ଠାରୁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ବାବଧାନରେ ଯାଜପୁର ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ଆଖପାଖ ଅଞ୍ଚଳକୁ ସଂପୁର୍ଣ୍ଣ ଭାବେ ସଂକ୍ରମଣ ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପୁରା ଅଞ୍ଚଳକୁ ଦମକଳ ବିଭାଗ ସହାୟତାରେ କ୍ଲୋରିନ ଏବଂ ବ୍ଲିଚିଂ ପାଣି ଯୋଗେ ଦିନକୁ ୨ଥର ବିଶୋଧନ କରାଯାଉଛି।

Image : Samajalive.in

ବିଶୋଧନ ବା ସପେଂଇ ସମୟରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣୀ ନାୟକ,ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ପୌର ନିର୍ବାହି ଅଧିକରୀ ଅଜୟ କୁମାର ମହାନ୍ତି , ପୂର୍ବତନ ପୌରପାଳ ଭଵ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ସପେଂଇ କାର୍ଯ୍ୟର ତଦାରଖ କରୁଛନ୍ତି।

Comments are closed.