କରୋନା ରାଉଣ୍ଡଅପ୍ : ସାରା ବିଶ୍ୱରେ ୪୭,୪୧, ୩୭୫ ଆକ୍ରାନ୍ତ,୩,୧୩, ୬୫୨ ମୃତ

ୱାଶିଂଟନ : ସାରା ବିଶ୍ୱରେ କୋଭିଡ୍‍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୧, ୩୭୫କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୮ଲକ୍ଷ ୧୩ ହଜାର ୪୪୯ ଜଣ ଆରୋଗ୍ୟଲାଭ କରିଥିବା ବେଳେ ୩,୧୩, ୬୫୨ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକାରେ ୧୫ଲକ୍ଷ ୭ ହଜାର ୭୯୮ ଜଣ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୯୦ ହଜାର ୧୧୩ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ସ୍ପେନରେ ମୋଟ୍‍ ୨ଲକ୍ଷ ୭୭ ହଜାର ୭୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ହଜାର ୬୫୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରୁଷରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୧ ହଜାର ୭୫୨ ହୋଇଥିବା ବେଳେ ୨ହଜାର ୬୩୧ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ବ୍ରିଟେନରେ ଏହି ଭୂତାଣୁ ଦ୍ୱାରା ୨ଲକ୍ଷ ୪୦ ହଜାର ୧୬୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ହଜାର ୪୬୬ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବ୍ରାଜିଲରେ ୨ଲକ୍ଷ ୩୩ ହଜାର ୫୧୧ ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ୬୬୨ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.