କରୋନା ଅପଡେଟ୍ : ବିଶ୍ବରେ ୮୨ଲକ୍ଷ ୬୬ ହଜାର ଆକ୍ରାନ୍ତ, ୪ଲକ୍ଷ ୪୬ ହଜାରରୁ ଅଧିକ ମୃତ

ୱାଶିଂଟନ : ସମଗ୍ର ବିଶ୍ୱରେ କରୋନା ମହାମାରୀ ଏହାର କାୟା ବିସ୍ତାର କରି ଚାଲିଛି। ଇତିମଧ୍ୟରେ ୨୧୩ଟି ଦେଶର ୮୨,୬୬,୭୪୨ ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୪ଲକ୍ଷ ୪୬,୧୯୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୪୩ ଲକ୍ଷ ୨୩ ହଜାର ୩୬୦ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି।
କରୋନା ମହାମାରୀରେ ବିଶ୍ୱର ସର୍ବାଧିକ ପ୍ରଭାବିତ ଆମେରିକାରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୦୮ହଜାର ୪୦୨ ହୋଇଥିବା ବେଳେ ୧ଲକ୍ଷ ୧୯ ହଜାର ୧୩୨ ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି। ସେଠାରେ ମୋଟ୍‍ ୯ଲକ୍ଷ ୨୮ ହଜାର ୮୩୪ ସଂକ୍ରମିତଙ୍କ ମଧ୍ୟରୁ ୪୫ ହଜାର ୪୫୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ରୁଷରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୪୫ ହଜାର ୪୫୮କୁ ବୃଦ୍ଧି ପାଇଛି। ସେଠାରେ ଏହି ରୋଗରେ ୭ ହଜାର ୨୮୪ ଜଣଙ୍କର ମୃତ୍ୟୁ ହୋଇଛି।
କରୋନାର ଉତ୍ପତ୍ତିସ୍ଥଳ ଚୀନରେ ମଙ୍ଗଳବାର ୪୦ଜଣ ନୂତନ ସଂକ୍ରମିତ ଚିହ୍ନଟ ହେବା ଫଳରେ ସେଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବ୍ରିଟେନ୍‍, ସ୍ପେନ୍‍, ଫ୍ରାନ୍ସ, ଇଟାଲି ଓ ଜର୍ମାନୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିବା ଖବର ମିଳିଛି।

Comments are closed.