କରୋନା କାୟାରେ କବଳିତ ଓଡ଼ିଶା : ୧୯ଜିଲ୍ଲାରୁ ୨୯୪ ପଜିଟିଭ୍
ଭୁବନେଶ୍ଵର : କରୋନା କାୟାରେ କବଳିତ ଓଡ଼ିଶା । ଦିନକୁ ଦିନ ରାଜ୍ୟରେ କରୋନାର କାୟା ଅଧିକ ମାତ୍ରାରେ ବିସ୍ତାରିତ ହେବାରେ ଳାଗିଛି। ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ହୁ-ହୁ ହୋଇ ବଢିବାରେ ଲାଗିଛି। ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ପୁଣି ଗୋଟିଏ ଦିନରେ ୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨୨୪ ଜଣ ବିଭିନ୍ନ ଡାକ୍ତରକାନାରେ ଚିକିତ୍ସିତ ହେଉଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ୧୯ଟି ଜିଲ୍ଲାକୁ କରୋନା ପ୍ରଭାବ ବୃଦ୍ଧି ପାଇଛି ।
ଶନିବାର ସକାଳେ ରାଜ୍ୟରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଅପରାହ୍ନରେ ଆଉ ୭ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଆଉ ୬ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏବଂ ପ୍ରଥମ ଥର ପାଇଁ ନୟାଗଡରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ,ସେ ନିକଟରେ ସୁରତରୁ ଫେରିଛନ୍ତି ।
ତେବେ ଆଜି ସକାଳେ ଚିହ୍ନଟ ହୋଇଥିବା ୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ସୁରତ ଫେରନ୍ତା । ସୁରତରୁ ଫେରିଥିବା ୧୬ଜଣ ଯାକ ପୁରୁଷ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି । ସେହି ଅନୁସାରେ ଆଜି ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଭିତରୁ ୧୬ଜଣ ସୁରତ ଫେରନ୍ତା ଥିବା ବେଳେ ଜଣେ ରାଉରକେଲାର କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଗଞ୍ଜାମ ଜିଲାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲାରୁ ଗୋଟିଏ ଏବଂ ମୟୂରଭଞ୍ଜରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
6th Health Update, 9th May
Five positive cases in Ganjam
39 yr Male, 49 yr Male, 16 yr Male 48 yr Male & 45 yr Male
(Surat returnees In quarantine All symptomatic)
Contact tracing and follow-up action is being done.Total Positive Case: 294
— I & PR Department, Odisha (@IPR_Odisha) May 9, 2020
ଫଳରେ ଆଜି ଗଞ୍ଜାମରୁ ୧୮ଜଣ,ମୟୂରଭଞ୍ଜରୁ ୩, ସୁନ୍ଦରଗଡ଼, ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Comments are closed.