କରୋନା ଅପଡେଟ୍ : ଆରୋଗ୍ୟ ହାର ୩୨.୮୨%, ୨୪ ଘଣ୍ଟାରେ ୧୨୨ ମୃତ

ନୂଆଦିଲ୍ଲୀ : ଦେଶରେ ଭୁତାଣୁ ସଂକ୍ରମିତ ଆରୋଗ୍ୟ  ହାର ୩୨.୮୨ପ୍ରତିଶତକୁ ବୃଦ୍ଧି ପାଇଛି ।  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ହଜାର ୫୨୫ ନୂଆ ଲୋକ କରୋନା ଭୁତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାର ୨୮୧ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଏପର୍ଯ୍ୟନ୍ତ ୨୪ ହଜାର ୩୮୬ ଜଣ ସଂକ୍ରମିତ ଆରୋଗ୍ୟଲାଭ କରିଥିବା ବେଳେ ଦେଶରେ ଆରୋଗ୍ୟ ହାର ୩୨.୮୨ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ୍‍ ମୃତ୍ୟୁ ସଂଖ୍ୟା ୨ ହଜାର ୪୧୫ ରହିଛି ।

Comments are closed.