କରୋନା ଅପଡେଟ୍ : ଆରୋଗ୍ୟ ହାର ୩୩.୬୩%କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୨,୫୪୯

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ହଜାର ୮୪୯ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଫଳରେ କୋଭିଡ୍‍- ୧୯  ସଂକ୍ରମିତମାନଙ୍କ ଆରୋଗ୍ୟ ହାର ୩୩.୬୩%କୁ  ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ ୨୬ ହଜାର ୨୩୫ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ଆଉ ୭୨୨ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହେବାର ଜଣାପଡ଼ିବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭୮
ହଜାର ୩ରେ ପହଞ୍ଚିଛି ।

ସେହିରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ଏପର୍ଯ୍ୟନ୍ତ ଭୂତାଣୁ ସଂକ୍ରମଣରେ ୨,୫୪୯ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.