୧୧ ଲକ୍ଷ ଟପିଲା କରୋନା, ଦିନକରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗି ଚାଲିଛି। ଗତକାଲି ୨୪ ଘଣ୍ଟାରେ ୩୮ ହଜାର ୯୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୪୦ ହଜାର ୪୨୫ ଆକ୍ରାନ୍ତ ଠାବ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି। ଏହା ସହିତ ଗୋଟିଏ ଦିନରେ ୬୮୧ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୭ ହଜାର ୪୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୩ ଲକ୍ଷ ୯୦ ହଜାର ୪୫୯ ସକ୍ରିୟ ରୋଗୀ ଥିବାବେଳେ ୭ ଲକ୍ଷ ୮୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.