କରୋନା ବୁଲେଟିନ୍ : ୨୪ ଘଣ୍ଟା ମଧ୍ୟରେ ୬୩୦ଲୋକ ସୁସ୍ଥ, ସାମଗ୍ରିକ ଆରୋଗ୍ୟ ହାର ୨୫%

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ବା ଆରୋଗ୍ୟ ହାର ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ନୂଆଦିଲ୍ଲୀଠାରେ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କରୋନା ଭୂତାଣୁ ବିଷୟରେ ନୂତନ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ୬୩୦ ଲୋକ ସୁସ୍ଥ ହୋଇଛନ୍ତି ଏବଂ ମୋଟ ଆରୋଗ୍ୟ ହାର ୨୫.୧୯ ପ୍ରତିଶତ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

-ଗତ ୨୪ ଘଣ୍ଟା ମଧ୍ୟରେ ୧୭୧୮ ଟି ନୂଆ ମାମଲା ଆସିଛି, ମୋଟ ସଂକ୍ରମିତ ସଂଖ୍ୟା ୩୩୦୫୦ରେ ପହଞ୍ଚିଛି।
-ସମୁଦାୟ ୨୩୬୫୧ ସକ୍ରିୟ ମାମଲା ଅଛି, ୨୪ ଘଣ୍ଟା ମଧ୍ୟରେ ୬୩୦ ଲୋକ ସୁସ୍ଥ ହୋଇଛନ୍ତି।
– ୧୪ ଦିନ ପୂର୍ବେ ୧୩ ପ୍ରତିଶତ ତୁଳନାରେ ସାମଗ୍ରିକ ଆରୋଗ୍ୟ ହାର ୨୫.୧୯ ପ୍ରତିଶତ ହୋଇଛି।
-ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୭୮ ପ୍ରତିଶତ ଲୋକଙ୍କୁ ପୂର୍ବରୁ ଅନ୍ୟ ରୋଗ ହୋଇଥିଲା।
-କରୋନା ମୃତ୍ୟୁ ହାର 3.2 ପ୍ରତିଶତ ବୋଲି ଜଣାପଡିଛି । ଏଥିମଧ୍ୟରୁ ୬୫ପ୍ରତିଶତ ପୁରୁଷ ଏବଂ ୩୫ ପ୍ରତିଶତ ମହିଳା ଅଟନ୍ତି।
-ଅନେକ ରାଜ୍ୟ ଭଲ ପ୍ରଦର୍ଶନ କରିବା ସହିତ ଦୁଇଗୁଣିତ ହାର ୧୧ ଦିନ ହୋଇଛି।
-ଆଇସିଏମଆର ଏହାକୁ ସଂଯୋଜନା କରିବା ସହିତ ଦ୍ରୁତ ପରୀକ୍ଷଣର ଏକ ସୀମିତ ଭୂମିକା ରହିଛି ବୋଲି କହିଛି।
-ଜନସଚେତନତାର ଆବଶ୍ୟକତା ରହିଛି, ଏହା ବୁଝିବା ଜରୁରୀ ଯେ ଗୋଟିଏ ଆଣ୍ଟି ବଡି ପ୍ରସ୍ତୁତ କରିବାକୁ ସମୟ ଲାଗେ। ଏବଂ
ପରୀକ୍ଷଣ ଓ ଚିକିତ୍ସା ପ୍ରୋଟୋକଲ୍ ବିଷୟରେ, ଆମକୁ କେବଳ ଆରଟିପି-ସିଆର ପରୀକ୍ଷା କରିବାକୁ ପଡିବ।

ଗୃହ ମନ୍ତ୍ରଣାଳୟ

-ବର୍ତ୍ତମାନ ସୁଦ୍ଧା, ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବଂ ଛାତ୍ର ପରିବହନ ପାଇଁ ବସ୍ ବ୍ୟବହାର କରାଯିବ।

-କେନ୍ଦ୍ରୀୟ ଦଳ ହାଇଦ୍ରାବାଦ ପରିଦର୍ଶନ କରି ଦେଖିଲେ ଯେ ଏଠାରେ ସମସ୍ତ ପ୍ରୋଟୋକଲ ଅନୁସରଣ କରାଯାଉଛି।

-ପ୍ରତିଦିନ ଏଠାରେ ୩୦୦ ପରୀକ୍ଷା କରିବା ପାଇଁ ଏକ ସୁବିଧା ଅଛି, ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଉଛି।

-ଅଧିକାଂଶ ସ୍ଥାନରେ ଲକଡାଉନ୍ ସଫଳତାର ସହ ପାଳନ ହେଉଥିବା ଦଳ ଜାଣିବାକୁ ପାଇଛି। ସେହିପରି ସାମାଜିକ ଦୂରତା ସଠିକ୍ ଭାବେ ପାଳନ କରାଯାଉଥିବା ଦଳ ଜାଣିବାକୁ ପାଇଛି।

– ଅବଶ୍ୟ, କେତେକ ନିର୍ମାଣାଧୀନ ସ୍ଥାନରେ ଶ୍ରମିକମାନଙ୍କୁ ବିନା ମାସ୍କରେ ଦେଖିବାକୁ  ମିଳିଥିଲା।

-ଡାକ୍ତରଖାନାରେ ଯେଉଁ ରୋଗୀମାନଙ୍କର ସମ୍ପର୍କୀୟ ଅଛନ୍ତି ସେମାନେ ସାମାଜିକ ଦୂରତା ପାଳନ କରିବା ଉଚିତ୍।

– ଟ୍ରକ୍ ଡ୍ରାଇଭରମାନଙ୍କର ମଧ୍ୟ ଚେକଅପ୍ ହେବା ଉଚିତ୍।

 

Comments are closed.