କରୋନା ବୁଲେଟିନ୍ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ଟପିଲା, ଆରୋଗ୍ୟ ହାର ୨୫.୩୭%କୁ ବୃଦ୍ଧି

ମୃତ୍ୟୁ ସଂଖ୍ୟା ୧୧୪୭, ମୃତ୍ୟୁ ହାର ୩.୨%

ନୂଆଦିଲ୍ଲୀ :  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୩୫,୦୪୩ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୮, ୮୮୯ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ନିଜ ନିଜର ଘରକୁ ଫେରିଥିବା ବେଳେ ୧୧୪୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ  ୧,୯୯୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୫୫୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, କୋଭିଡ୍‍ ସଂକ୍ରମଣ ଆରୋଗ୍ୟ ହାର ଗତ ୧୪ ଦିନ ମଧ୍ୟରେ ୧୩ .୦୬% ରୁ ୨୫.୩୭ %କୁ ବୃଦ୍ଧି ପାଇଛି । କୋଭିଡ୍‍-୧୯ କଟକଣା ଲାଗୁ ପୂର୍ବରୁ ପ୍ରତ୍ୟେକ ୩ ଦିନ ଓ ୪ ଘଣ୍ଟାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏଥିରେ ଉନ୍ନତି ଘଟି ୧୧ ଦିନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଉଛି।

ଦିଲ୍ଲୀ, ଉତ୍ତରପ୍ରଦେଶ, ଜାମ୍ମୁ କାଶ୍ମୀର, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ ଓ ପଞ୍ଜାବରେ ଜାତୀୟ ସ୍ତରରେ ସଂକ୍ରମଣ ସଂଖ୍ୟା ଦ୍ୱିଗୁଣିତ ହେବା ହାରଠାରୁ  ସ୍ଥିତି ଭଲ ରହିଛି । ଏହିସବୁ ରାଜ୍ୟରେ ୧୧ରୁ ୨୦ ଦିନ ମଧ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଉଛି । ସଂକ୍ରମଣ ହାର ୨୦ରୁ
୪୦ ଦିନ ମଧ୍ୟରେଦୁଇଗୁଣ ହେଉଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ, ଲଦାଖ, ହରିଆଣା, ଉତ୍ତରାଖଣ୍ଡ ଓ କେରଳ ରହିଛି। ୪୦ଦିନରୁ ଅଧିକ ଦିନ ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବା ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ, ତେଲଙ୍ଗାନା, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ରହିଛି ।

ସେହିପରି ସଂକ୍ରମିତମାନଙ୍କ odia news, corona virus ରହିଛି ଓ ସେମାନଙ୍କ ମଧ୍ୟରୁ ଶତକଡ଼ା ୭୮% ସଂକ୍ରମିତ ବ୍ୟକ୍ତି ଅନ୍ୟ କୌଣସି ନା କୌଣସି ରୋଗରେ ପୀଡ଼ିତ ଥିବା ଜଣାପଡିଛି।

Comments are closed.