କରୋନା ବ୍ରାଇଡାଲ୍ ପୋଷାକ ନେଇ ଚର୍ଚ୍ଚା

ଲୋକେ ସମସ୍ତ ପରିସ୍ଥିତି ସହ ଖାପଖୁଆଇ ଚଳିବାରେ ସମ୍ପୂର୍ଣ୍ଣ ଅଭ୍ୟସ୍ତ ହୋଇଗଲେଣି। କରୋନାର ପ୍ରକୋପକୁ ଲକ୍ଷ୍ୟରେ ରଖି ଯେନତେନ ପ୍ରକାରେ କମ୍ପାନୀଗୁଡ଼ିକ ସେମାନଙ୍କ କାରବାର ଚଳାଇବାରେ ସକ୍ଷମ ହୋଇଛନ୍ତି। ଏହି ତାଲିକାରୁ ଫେସନ୍ ଡିଜାଇନର ମଧ୍ୟ ବାଦ୍ ପଡ଼ିନାହାନ୍ତି। ସେମାନେ କରୋନା ବ୍ରାଇଡାଲ୍ ପୋଷାକ ଇତିମଧ୍ୟରେ ତିଆରି କରିଥିବାର ଦେଖାଯାଇଛି। ଆୟରଲାଣ୍ଡର ନାମୀ ଫେସନ୍ ଡିଜାଇନର ଓଆନାଙ୍କ ପ୍ରସ୍ତୁତ ପୋଷାକକୁ ନେଇ ଗଣମାଧ୍ୟମ ଓ ସୋସିଆଲ୍ ସାଇଟ୍‌୍ରେ ଚର୍ଚ୍ଚା ଚାଲିଛି। ତାଙ୍କ କହିବାନୁସାରେ, କରୋନା ଭାଇରସ୍ କାରଣରୁ ଫେସନ୍‌ ଜଗତ କ୍ଷୟକ୍ଷତି ସହିଛି। ବର୍ତ୍ତମାନ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ପୋଷାକ ଡିଜାଇନ୍ କରୁଛନ୍ତି। ଆୟରଲାଣ୍ଡରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ସେ ବଧୂଙ୍କ ପୋଷାକ ସହ ମ୍ୟାଚିଂ ମାସ୍କ ତିଆରି କରିଛନ୍ତି। ଏହା ସହ ବଧୂଙ୍କ ସଙ୍ଗିନୀମାନଙ୍କ ନିମନ୍ତେ ମଧ୍ୟ ଅନୁରୂପ ପୋଷାକ ଓ ମାସ୍କ ପ୍ରସ୍ତୁତ ହୋଇଛି। ଗ୍ରାହକଙ୍କୁ ତାଙ୍କର ଏଇ ‘କରୋନା ବ୍ରାଇଡାଲ୍’ ପୋଷାକ ପସନ୍ଦ ଆସିଥିବାର ପ୍ରକାଶ।

Comments are closed.