ଭୁବନେଶ୍ବରରେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ବାରେଣ୍ଟାଇନ୍‌ ହୋଇଥିବାବେଳେ ୧୦ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଏବଂ ୨ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ଲୋକାଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ଜଣେ ପୁରୁଷ ଓ ଜଣେ ମହିଳା, ପଟିଆ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ୬୩ବର୍ଷିୟ ବ୍ୟକ୍ତି, ବିଜେବି ନଗର ପାଣିଟାଙ୍କି ବସ୍ତିରୁ ଜଣେ ୨୩ବର୍ଷିୟ ପୁରୁଷ, ଅନ୍ଧାରୁଆ ଦାସପୁର ଓ ଶତାବ୍ଦୀ ନଗର ଲେନ୍‌-୧ରୁ ଜଣେ ଲେଖାଏଁ ମହିଳା, ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଜଣେ ମହିଳା, ଏକ ସରକାରୀ ହସ୍‌ପିଟାଲ୍‌ର ୨ଜଣ ପୁରୁଷ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ୨ କରୋନା ଯୋଦ୍ଧା ଏକ ଘରୋଇ ହସ୍‌ପିଟାଲ୍‌ କର୍ମଚାରୀ ବୋଲି ଜଣାପଡ଼ିଛି।

Comments are closed.