ଭୁବନେଶ୍ବର: ୧୩ କରୋନ ଆକ୍ରାନ୍ତ ଚିହ୍ନଟ, ୯ ସୁସ୍ଥ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ହୋମ୍‌ କ୍ବାରେଣ୍ଟାଇନ୍ ହୋଇଥିବାବେଳେ ୫ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ଜଣାପଡ଼ିଛି। ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ବର୍ଷର ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୀମଟାଙ୍ଗିର ଜଣେ ଯୁବକ, ସାଲିଆସାହିର ଜଣେ ରେଲ୍‌ୱେଷ୍ଟାଫ୍‌, ନୀଳାଦ୍ରିବିହାର ୫୭ବର୍ଷିୟ ବ୍ୟକ୍ତି, ନୀଳଚକ୍ର ନଗରର ଜଣେ ଯୁବତୀ, ଟଙ୍କପାଣି ରୋଡ୍‌ର ୫ଜଣ ହୋମ୍‌ କ୍ବାରେଣ୍ଟାଇନ, ନୂଆଗଁା ଅଞ୍ଚଳରୁ ୨ଜଣ ହୋମ୍‌ କ୍ବାରେଣ୍ଟାଇନ୍, ୟୁନିଟ-୧ ଅଞ୍ଚଳରୁ ଜଣେ ହୋମ୍‌ କ୍ବାରେଣ୍ଟାଇନ୍‌ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବର ସହରରୁ ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.