ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡ଼ିଶା କରୋନାମୁକ୍ତ ଅଭିଯାନ, ଘରକୁ ଘର ବୁଲିବେ ଆଶାଦିଦି ଓ ଏଏନ୍ଏମ୍ କର୍ମୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଓଡ଼ିଶାକୁ କରୋନାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା କରୋନା ମୁକ୍ତ ଅଭିଯାନ ଆସନ୍ତାକାଲିଠାରୁ ଅର୍ଥାତ୍ ଜୁନ୍ ୧୬ରୁ ଆରମ୍ଭ ହେବ ଏବଂ ଏହା ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ଆଶାଦିଦି ଏବଂ ଏଏନ୍ଏମ୍ ରାଜ୍ୟର ସବୁଗ୍ରାମ ଓ ସହରାଞ୍ଚଳ ବସ୍ତିର ସମସ୍ତଙ୍କ ଘରକୁ ଯିବେ। କରୋନା ଲକ୍ଷଣ ଖୋଜିବେ, ପଚାରିବେ ଓ ଦେଖିବେ। ଯଦି କେଉଁଠି ଲକ୍ଷଣ ସେମାନେ ଚିହ୍ନଟ କରନ୍ତି, ତାହେଲେ ସଙ୍ଗେ ସଙ୍ଗେ ସେଠାରେ କରୋନା ଟେଷ୍ଟିଂ କରାଯିବ ବୋଲି ବୋଲି ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ବାସ୍ଥ୍ୟ(ଏନ୍ଏଚ୍ଏମ୍) ନିର୍ଦେଶିକା ଶାଲିନୀ ପଣ୍ଡିତ ପ୍ରକାଶ କରିଛନ୍ତି।