ଜିଲା ପରିଷଦ ବୈଠକରେ କରୋନା ଆଲୋଚନା

ବରଗଡ଼ : ବରଗଡ଼ରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ଉପରେ ସ୍ବତନ୍ତ୍ର ଆଲୋଚନା କରାଯାଇଥିଲା । ଜିଲା ବାହାର କିମ୍ବା ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକମାନଙ୍କୁ କିପରି ରଖାଯିବ ଏବଂ ସରକାରୀ ସ୍ଥରରେ କଣ କଣ ବ୍ୟବସ୍ଥା କରାଯାଇଛି ତାହା ଉପରେ ଆଲୋଚନା କରାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ବିଧାୟକ ଦେବେଶ ଆଚାର୍ଯ୍ୟ, ରିତା ସାହୁଙ୍କ ସହିତ ବହୁ ଜିଲ୍ଲାସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Comments are closed.