କରୋନା ମୁକାବିଲା: ଭୟ କମାଇବା, ସାବଧାନତାକୁ ବଢ଼ାଇବା

ଭୁବନେଶ୍ୱର: ବିପଦର ସମ୍ମୁଖୀନ ହେଲେ ମଣିଷ ପ୍ରଥମ ପର୍ଯ୍ୟାୟରେ ଅନେକ ମାତ୍ରାରେ ତାହାର ପ୍ରତିକ୍ରିୟା ଜାରି ରଖେ। କିନ୍ତୁ ପରବର୍ତ୍ତି ସମୟରେ ବିପଦର ମାତ୍ରା ବଢ଼ିଯିବା ସଙ୍ଗେ ସଙ୍ଗେ ଭୟ ମଧ୍ୟ କମିଯାଏ। ଏହାର ବିଶେଷ କାରଣ ହେଲା ଭୟଭିତ ଅବସ୍ଥାରେ ବହୁ ସମୟ ଧରି ରହିଲେ ମଣିଷର ଶାରିରୀକ ଓ ମାନସିକ କ୍ଷତି ହୋଇଥାଏ। ଭୟ ଆମକୁ ସାବଧାନ କରିଦିଏ। ଭୟ ଓହରି ଗଲେ ସାବଧାନତା ମଧ୍ୟ ଓହରି ଯାଇଥାଏ। କିନ୍ତୁ ଆଜି ଆମକୁ ଭୟ ଓ ସାବଧାନତା ଅଲଗା ଅଲଗା ରଖିବାକୁ ପଡ଼ିବ। ଭୟ କମାଇବାକୁ ସାଙ୍ଗକୁ ସାବଧାନତା ବହୁ ମାତ୍ରାରେ ଆଗକୁ ବଢ଼ାଇବକୁ ପଡ଼ିବ। ସାବଧାନତାରେ ଯଦି ସାମାନ୍ୟ ଏପଟ ସେପଟ ହୋଇଯାଏ ତାହେଲେ ଆମକୁ ଭୟବହ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଭୟ ଓ ଅସାବଧାନତାର ପରିଣାମ ଭୋଗିବାକୁ ହେବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ପରିସ୍ଥିତି ମୁକାବିଲା ସନ୍ତୋଷ ଜନକ, ସେ ବିଷୟରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆଗକୁ ଚାହିଁ ଜୁନ୍‌ ୧୬ରୁ ରଣନୀତିରେ ଓଡ଼ିଶା ସରକାର ଏକ ବିରାଟ ଏବଂ ବିଶେଷ ପରିବର୍ତ୍ତନ ଆଣିଛନ୍ତି। ତାହାହେଲା ୪୫ ଦିନ ପର୍ଯ୍ୟନ୍ତ ଘରକୁ ଘର ବୁଲି କୋଭିଡ୍‌ ସର୍ଭେ ଏବଂ ମୁକାବିଲାର ଅଭିଯାନ। ଆଗାମି ଦିନରେ ସରକାର ଓଡ଼ିଶାର ଗ୍ରାମାଞ୍ଚଳର ପ୍ରତ୍ୟେକଟି ଘର ଏବଂ ସହରାଞ୍ଚଳର ପ୍ରତ୍ୟେକ ବସ୍ତିରେ ପହଞ୍ଚାଇବେ। ଏଡାର ତିନୋଟି ଆଭିମୁଖ୍ୟ ରହିଛି। ଗୋଟିଏ ଟ୍ରେସ୍‌, ଦ୍ବିତୀୟଟି ହେଲା ଟେଷ୍ଟ ଏବଂ ତୃତୀୟଟି ହେଲା ଟ୍ରିଟ୍। ଯଦି ଆପଣଙ୍କ ନିକଟରେ କରୋନା ବା କୋଭିଡ୍‌-୧୯ ମହାମାରୀର କୌଣସି ସାମନ୍ୟତମ ଲକ୍ଷଣ ବି ଦେଖା ଦେଉଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ କିମ୍ବା ଏହାକୁ ଲୁଚାଇବାର ଅପଚେଷ୍ଟା କରି ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦିଅନ୍ତୁ ନାହିଁ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ ପ୍ରକାଶ କରିଛନ୍ତି।

Comments are closed.