ବିଜେଡି ପକ୍ଷରୁ କରୋନା ସଚେତନତା ସପ୍ତାହ ଉଦଯାପିତ

ବୌଦ୍ଧ : ସାରା ରାଜ୍ୟରେ କରେନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବାବେଳେ ବୌଦ୍ଧଜିଲା ବିଜେଡି ପକ୍ଷରୁ ଚାଲିଥିବା ସପ୍ତାହବ୍ୟାପୀ କରୋନା ସଚେତନତା ସପ୍ତାହ ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ ସପ୍ତାହବ୍ୟାପୀ ବୌଦ୍ଧ ସହର ସମେତ ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ କରୋନାର ମୁକାବିଲା କରିବା ନେଇ ସଚେତନ କରିବା ସହିତ ମାସ୍କ ବଂଟନ କରାଯାଇଥିଲା। ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ଆୟାଜିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ସହରର ଏନଏସି ଛକ ଠାରେ ଗତ ୧୦ ତାରିଖଠାରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସପ୍ତାହବ୍ୟାପୀ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଅବସରରେ ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନ, ମହାତ୍ମା ଗାନ୍ଧୀ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଓ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାବ୍ୟତୀତ ବାଉଁଶୁଣୀ ଚିକିତ୍ସାଳୟଠାରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ୮୮ ଜଣ ଦଳୀୟ କର୍ମୀ ତଥା ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ବିଜେଡିର ଜୋନାଲ ସଭାପତି ଅଶୋକ ସାହୁ, ଛାତ୍ର ବିଜେଡି ସଭାପତି ସଂଗ୍ରାମ କେଶରୀ ଦାସ, ବୌଦ୍ଧବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ୍,ବଘିଆପଡା ସରପଞ୍ଚ ସୈରେନ୍ଦ୍ରି ମହାକୁଳ, ପୁର୍ବତନ ଏନଏସି ଅଧକ୍ଷ୍ୟା ଦିପ୍ତୀପ୍ରଭା ସ୍ୱାଇଁ, ପୂର୍ବତନ ଜିଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ବିଶ୍ୱାଳ, ସୁବାଶ ଚନ୍ଦ୍ର ସାହୁ,ମାନସ ପୁରୋହିତ,ମନୋଜ କୁମାର ସାହୁଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଯୋଗ ଦେଇଥିଲେ।

Comments are closed.