ମୋହନାରେ ଗଡ଼ିଲା କରୋନା ସଚେତନତା ରଥ

ମୋହନା: ଗଜପତି ଜିଲ୍ଲାପାଳ ଅନୁପମ ସାହା କିଛି ଦିନ ତଳେ ପତାକା ଦେଖାଇ ଜିଲ୍ଲାରେ କରୋନା ସଚେତନତା ରଥର ଶୁଭ ଉଦଘାଟନ କରାଇଥିଲେ। ପରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଏହି ରଥ ପରିକ୍ରମା କରି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକୁ ଗସ୍ତ କରି ଟିଭି ମାଧ୍ୟମରେ କରୋନା ରୋଗ ସମ୍ବନ୍ଧୀୟ ସଚେତନତା କରାଇବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ। ଶୁକ୍ରବାର ଦିନ ମୋହନା ବ୍ଲକରେ ପହଞ୍ଚିଥିଲା କରୋନା ସଚେତନତା ରଥ । ଏହାକୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅନାମ ଚରଣ ପାତ୍ର ଓ ବିଡ଼ିଓ ସାର୍ଥକ ସୌରଭ ମହାପାତ୍ର, ଜିପିଇଓ ନରସିଂହ ମାଣ୍ଡଙ୍ଗୀ ବ୍ଲକ ପରିସରରେ କର୍ମଚାରୀଙ୍କ ଉପସ୍ଥିତରେ ଏହି ରଥର ଶୁଭାରମ୍ଭ କରିଥିଲେ। ଶନିବାର ଦିନ ଲୁହାଗୁଡି, ଚାନ୍ଦିପୁଟ, ଚନ୍ଦ୍ରଗିରି ଅଞ୍ଚଳରେ ପରିଭ୍ରମଣ କରିଛି ଏହି ରଥ ।

Comments are closed.