ସ୍ବପ୍ନ ଫାଉଣ୍ଡେସନ ପକ୍ଷରୁ ‘କରୋନା’ ସଚେତନତା କାର୍ଯ୍ୟକ୍ରମ

କଟକ: ‘କରୋନା’କୁ ନେଇ ଅଯଥା ଭୟଭୀତ ନ ହୋଇ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଏହା ସହ ନିଜେ ସଚେତନ ରହି ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଲାଗି ଅନୁରୋଧ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ବପ୍ନ ଫାଉଣ୍ଡେସନ ପକ୍ଷରୁ ଗୁରୁବାର କଟକରେ କରୋନାରୁ ରକ୍ଷା ପାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସହରରେ ବୁଲି ବୁଲି ଫାଉଣ୍ଡେସନର କର୍ମକର୍ତ୍ତାମାନେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।

ଏହା ସହିତ ସହରର ବିଭିନ୍ନ ସଫେଇ କର୍ମଚାରୀ ଓ ସାଧାରଣ ନାଗରିକମାନଙ୍କୁ ସଚେତନ କରିବା ସହ ସେମାନଙ୍କୁ ମାସ୍କ ଏବଂ ସାବୁନ ବଣ୍ଟନ କରାଯାଇଛି।

Comments are closed.