କରୋନା ସଚେତନତା କାର୍ଯ୍ୟକ୍ରମ

ନର୍ଲା: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମା’ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନର ମିଳିତ ଉଦ୍ୟମରେ ତୁଳାପଡାଠାରେ କରୋନା ସଂକ୍ରମଣରୁ ବର୍ତିବା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ମାସ୍କ ପିନ୍ଧିବା, ବୃଦ୍ଧ ବୃଦ୍ଧଙ୍କ କିପରି ଯତ୍ନ ନେବା ସଂପର୍କିତ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମନମୋହନ ନାୟକ, ସମ୍ମାନୀତ ଅତିଥି ମକୁନ୍ଦ ନାୟକ, କ୍ଲବ ସଭାପତି ମଦନମୋହନ ନାୟକ, ସଂପାଦକ ସୁରେଶ କୁମାର ନାୟକ, ଯୁବ ସ୍ୱେଚ୍ଛାସେବୀ ହେମସାଗର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କ୍ଲବର ମୁଖ୍ୟ ସଦସ୍ୟ ଆଶୁତୋଷ ଷଡଙ୍ଗୀ, ରଙ୍ଗାଧର ନାୟକ, ରିଙ୍କୁ ନାୟକ, ହରେକୃଷ୍ଣ ନାୟକ, ସରୋଜ ପ୍ରଧାନଙ୍କ ସମେତ ତୁଳାପଡା କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜାତୀୟ ଯୁବ ସ୍ୱେଚ୍ଛାସେବୀ ମିଲନ କୁମାର ଭୋଇ ଏହାର ପରିଚାଳନା କରିଥିଲେ।

Comments are closed.