କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ମହାନଗର ଶାଖା ତରଫରୁ କରୋନାର ଦ୍ବିତୀୟ ଲହରରୁ ରକ୍ଷା ପାଇବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଖଲିକୋଟ କଲେଜ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ବେପରୁଆ ନହୋଇ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ସହିତ କିପରି ସାମାଜିକ ଦୂରତା ବଜାୟ ରଖିବା, ବିନା ସଂକୋଚରେ ଟିକା ନେବା, ବିନା କାରଣରେ ଜନଗହଳି ସ୍ଥାନକୁ ନଯିବା ଓ ଯଦି କୈଣସି ବି କରୋନା ଲକ୍ଷଣ ଦେଖାଦେଲେ ନଡରି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା।

ଏବିଭିପିର ରାଜ୍ୟ ବିଶ୍ୱବିଦ୍ୟାଳୟ ପ୍ରମୁଖ ଶଶୀକାନ୍ତ ମିଶ୍ର, ରାଜ୍ୟ ଏସ୍‌ଏଫ୍‌ଏସ୍‌ ପ୍ରମୁଖ କୃଷ୍ଣଚନ୍ଦ୍ର ପୋଲଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଭଦ୍ରା ଶୁକ୍ଲା, ଯୁଧିଷ୍ଠିର ବେହେରା, ଲିପ୍ସାରାଣୀ ରଥ, ଶାଲିନୀ ବେହେରା, ସିଦ୍ଧାନ୍ତ ସୁମନ ଦାସ, ରଞ୍ଜନ ସାହୁ, ହୃଷିକେଶ, ରୋଶନ ଓ ସଂଜୀବ ପ୍ରମୁଖ ଭାଗନେଇଥିଲେ।

Comments are closed.