କରୋନା: ଚିତ୍ର ମାଧ୍ୟମରେ ସଚେତନତା….

ଯାଜପୁର: କରୋନା ସଂପର୍କରେ ସଚେତନ କରିବାକୁ ଆଗେଇ ଆସିଛନ୍ତି କାରିଗର। ଯାଜପୁର ଜିଲା ଆର୍ଟ ଆଣ୍ଡ୍ ପେଣ୍ଟିଂ ଆସୋସିଏସନ ପକ୍ଷରୁ ବିଭିନ୍ନ ଜନଗହଳି ସ୍ଥାନମାନଙ୍କରେ କରୋନା ସଂପର୍କରେ ଚିତ୍ର ଆଙ୍କି ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। କରୋନାର ଲକ୍ଷଣ, ଭୟାବହତା ସଂପର୍କରେ ଏହି ଚିତ୍ରରେ ସ୍ଥାନ ପାଇଛି। ଏହାକୁ ଦେଖି ସାଧାରଣ ଲୋକେ ଭଲ ଭାବେ ବୁଝିପାରୁଛନ୍ତି। ଏଭଳି ଚିତ୍ର ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.