କରୋନାରେ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୩ ମୃତ

ଆସିକା : କରୋନାରେ ଗଞ୍ଜାମରେ ଗଡି ଚାଲିଛି ମୁଣ୍ଡ। ଗୋଟିଏ ପଞ୍ଚାୟତରେ ତିନି ଦିନରେ କରୋନା ତିନି ଜଣଙ୍କର ମୁଣ୍ଡ ନେଇଥିବା ଜଣାପଡିଛି। ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ୩ ଦିନରେ ତିନି ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ବାଇଁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜାହାଡା ପଞ୍ଚାୟତରେ ୩ ଜଣଙ୍କର ମୃତ୍ୟ ପରେ ପଞ୍ଚାୟତକୁ ୬ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ।

Comments are closed.