କରୋନା ଗୁଜବ – ମିଛ ପ୍ରଚାର କରି ଜଣେ ଗିରଫ

କାଶୀପୁର: ଜଣେ କରୋନାରେ ଆକ୍ରାନ୍ତ ବୋଲି ମିଛ ପ୍ରଚାର କରି ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଗୁଡା ନୂଆ ସାହିର ସତ୍ୟ ନାରାୟଣ ସାମଲ। କାଶୀପୁର ଅଞ୍ଚଳ ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜଣେ କରୋନାରେ ଆକ୍ରାନ୍ତ ହୋଇ ରାୟଗଡା ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ବୋଲି ସେ ସାମାଜିକ ଗଣମାଧ୍ୟମ ହ୍ଵାଟ୍ସଆପରେ ଛାଡିଥିଲେ। ହ୍ବାଟସ୍ ଆପରେ ପୋଷ୍ଟ ପରେ ପୋଲିସ ଅଭିଯୁକ୍ତକୁ ଠାବ କରିବା ସହ ଅଧିକ ପଚରାଉଚୁରା କରୁଥିବା ରାୟଗଡା ଏସପି ଶ୍ରର୍ବଣା ବିବେକ ସୂଚନା ଦେଇଛନ୍ତି।

Comments are closed.