କରୋନା ଉଜାଡି ଦେଲା ଚାଷୀଙ୍କ ଫସଲ

ସୁଆଣ୍ଡୋ : ମହାମାରୀ କରୋନା ଯୋଗୁଁ ଆଜି ଚାଷୀର ଫସଲ ଉଜୁଡି ଯାଇଛି। ଫସଲ ବିକ୍ରି ହୋଇ ନ ପାରିବାରୁ କ୍ଷେତରେ ପଡି ନଷ୍ଟ ହେଉଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ଲକ ଡାଉନ ଯୋଗୁ  ଗାଡି ମଟର ଚାଲୁନି। ପରିବା ବେପାରୀ ହାଟକୁ ଆସୁ ନାହାଁନ୍ତି। ଏଣେ ବିଲରେ ଜହ୍ନି, କାକୁଡି, ଝୁଡଙ୍ଗ, କଲରା, ଭେଣ୍ଡି, ବାଇଗଣ, ବିନ୍ସ, ଟମାଟୋ ଆଦି ଫସଲ ତୋଳା ନ ହୋଇ ନଷ୍ଟ ହୋଇଯାଉ ଥିବା ଦେଖିବାକୁ ମିଳିଛି। ଚାଷୀ ଏବେ ପରିବାର ଅଭାବି ବିକ୍ରି ସମ୍ମୁଖୀନ ହୋଇଛି। ଗାଁ ଗହଳିରେ ମୁଣ୍ଡରେ ମୁଣ୍ଡେଇ ଦୁଆର ଦୁଆର ବୁଲି ଚାଷୀ ପରିବା ବିକିବାକୁ ବାଧ ହେଉଛି।

ଏସମ୍ପର୍କରେ ଜଣେ ଅଗ୍ରଣୀ ଚାଷୀ ଚନ୍ଦନ ଖୁଣ୍ଟିଆ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାତ ଏକର ଜମିରେ ବିଭିନ୍ନ ପନିପରିବା ଚାଷ କରିଥିଲି। ଭୁବନେଶ୍ବର ଏକ ନମ୍ବର ହାଟ ସାତଶଙ୍ଖ ସାକ୍ଷୀଗୋପାଳ ପୁରୀ ଆଦି ବଜାରରେ ପରିବା ବିକ୍ରି କରୁଥିଲି। କରୋନା ପାଇଁ ଲକଡାଉନ ହେତୁ ଗାଡି ବନ୍ଦ ହେଲା। ଫଳରେ ପରିବା ବିକ୍ରି ବନ୍ଦ ହୋଇଯାଇଛି। ବହୁ ପରିଶ୍ରମ ଆଉ ଖର୍ଚ୍ଚ କରି ଫସଲ କରିଥିଲି। ବିକ୍ରି ହୋଇ ନ ପାରି ସବୁ ନଷ୍ଟ ହୋଇଯାଉଛି ବୋଲି ସେ କହିଛନ୍ତି।

Comments are closed.