ଜିଲାରେ ଚିନ୍ତା ବଢ଼ାଉଛି ସଂକ୍ରମଣ; ପୁଣି ୧୧୦ ପଜିଟିଭ

ରାଉରକେଲା : ସୁନ୍ଦରଗଡ ଜିଲାରେ ବଢୁଥିବା କରୋନା ସଂକ୍ରମଣ ଚିନ୍ତାର ବିଷୟ ପାଲଟିଛି. ଗତ ୨୪ ଘଣ୍ଟା ମଧ୍ୟରେ ସଂଖ୍ୟା ପୁଣି ସଂଖ୍ୟା ଶତକ ପାର କରିଛି. ରାଉରକେଲା ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଟେଷ୍ଟିଂ କ୍ଷମତାକୁ ତ୍ବରାନ୍ବିତ କରାଯିବା ପରେ ସଂକ୍ରମଣ ମାମଲାରେ ବୃଦ୍ଧି ପାଉଛି। ଗତ କିଛି ଦିନ ଧରି ସୁନ୍ଦରଗଡରେ ମାତ୍ରାଧିକ ସଂକ୍ରମିତ ମାମଲା ରିପୋର୍ଟ ହେଉଛି ।

ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ ସ୍ବତନ୍ତ୍ର ଜେଲର ଅନ୍ତେବାସୀ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ ହୋଇଛି।  ଜେଲରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସାନିଟାଇଜ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜେଲର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଉଛି। ତେବେ ଜେଲରେ ଏତେ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଜେଲ କତୃପକ୍ଷଙ୍କ ଲାଗି ଚିନ୍ତାର ବିଷୟ ହୋଇଛି।
ରାଉରକେଲା ସହରରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି . ଆଜିର ୧୧୦ ପଜିଟିଭକୁ ନେଇ ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ସଂକ୍ରମକଙ୍କ ସଂଖ୍ୟା ୧୯୯୨ ରେ ପହଞ୍ଚିଛି ଅର୍ଥାତ ପାଖାପାଖି ୨ ହଜାରରେ ପହଂଚିଛି । ଆଜି ଜିଲ୍ଲାରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୨ରେ ପହଂଚିଛି।

 

Comments are closed.