୫ ବର୍ଷର ଶିଶୁପୁତ୍ରକୁ କରୋନା

ଝାରସୁଗୁଡା : ଝାରସୁଗୁଡା ଜିଲାରେ ଶୁକ୍ରବାର ଜଣେ ୫ ବର୍ଷର ଶିଶୁପୁତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଉକ୍ତ ଶିଶୁପୁତ୍ର ଜଣଙ୍କ ହେଲେ ମଙ୍ଗଳ ବଜାରର। ବାହାର ରାଜ୍ୟରୁ ଆସି ପରିବାର ସହ ହୋମ କ୍ବାରେଣ୍ଟାଇନରେ ଥିଲେ। ପରେ ରକ୍ତ ନମୂନା ପରୀକ୍ଷାପରେ ଶୁଶୁପୁତ୍ର ଜଣଙ୍କ କରୋନା ପଜିଟିଭ ଥିବା ଜଣା ପଡ଼ିଛି। ଏ ନେଇ ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।

Comments are closed.