ଅଭିଯୁକ୍ତ କରୋନା ସଂକ୍ରମିତ : ସଂଗରୋଧକୁ ଗଲେ ମହିଳା ଜଜ୍‍ ସମେତ ୧୧

ହିସାର : ମହିଳାଙ୍କ ପ୍ରତି ଅଶାଳୀନ କାର୍ଯ୍ୟ କରିଥିବା ଅଭିଯୁକ୍ତ କରୋନା ସଂକ୍ରମିତ ଜଣାପଡିବା ପରେ ହିସାର ଜିଲାର ଏକ ବିଚାରାଳୟରେ ଭୟର ବାତାବାରଣ ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିଚାର କରୁଥିବା ମହିଳା ଜଜଙ୍କ ସମେତ ୧୧ ଜଣଙ୍କୁ ସଂଗରୋଧ କରାଯାଇଛି।
ହରାୟଣାରେ ଜଣେ ଅଭିଯୁକ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ମହିଳାଙ୍କୁ ପ୍ରତି ଖରାଫ ବ୍ୟବହାର କରିବା ଅଭିଯୋଗରେ ଜେଲ ଯାଇଥିବା ଏହି ଅଭିଯୁକ୍ତର ଘର ପତେହବାଦ ଜିଲାର ଟୋହନା ଅଂଚଳରେ ବୋଲି ଜଣାପଡିଛି। ଅଭିଯୁକ୍ତ ଯୁବକକୁ ହିସାରସ୍ଥିତ କେନ୍ଦ୍ରୀୟ କାରଗାରରେ ରଖାଯାଇଥିଲା। ମାମଲା ବିଚାର ପାଇଁ ଅଭିଯୁକ୍ତକୁ ବିଚାରାଳୟରେ ଉପସ୍ଥି୍‍ତ କରାଯାଇଥିଲା। ଅଭିଯୁକ୍ତ କରୋନା ସଂକ୍ରମିତ ହେବା ଜଣାପଡିବା ପରେ ତାଙ୍କ ମାମଲା ବିଚାର କରିଥିବା ମହିଳା ଜଜ୍‍ଙ୍କ ସମେତ ୧୧ କର୍ମଚାରୀଙ୍କୁ ସଂଗରୋଧ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଶନିବାର ଜିଲ୍ଲାରେ ୮ଟି କରୋନା ସଂକ୍ରମିତ କେସ ଆସିଥିବା ବେଳେ ଅଭିଯୁକ୍ତଜଣକ ସେଥିରେ ରହିଛନ୍ତି।

Comments are closed.