ଦେଶରେ ସଂକ୍ରମଣ ୮୬ହଜାର ଛୁଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଚୀନ୍‌କୁ ଅତିକ୍ରମ କରିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସରକାରୀ ଭାବେ ୮୬ହଜାର ଛୁଇଁଛି। ଶନିବାର ଏହି ସଂଖ୍ୟା ୮୫,୯୪୦ ଅତିକ୍ରମ କରିଛି। ସମ୍ପ୍ରତି ୫୩,୦୩୫ ଚିକିତ୍ସାଧୀନ ଥିଲାବେଳେ ୩୦,୧୫୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ମୃତ୍ୟୁ ସଂଖ୍ୟା ୨୭୫୨​‌େ​‌ର ପହଞ୍ଚିଛି। ତାମିଲନାଡୁରେ ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୭୭ ବୃଦ୍ଧିପାଇ ୧୦,୫୮୫ରେ ପହଞ୍ଚିଛି। ଦିଲ୍ଲୀରୁ ୭୦୦ ତବଲିଗି ଜମାତ ସଦସ୍ୟ ଶନିବାର ତାମିଲନାଡୁକୁ ଫେରିଛନ୍ତି। ଗୁଜରାତରେ ୧୦୫୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହି ସଂଖ୍ୟା ୧୧ହଜାର ଛୁଇଁଛି। ଏହି ରାଜ୍ୟରେ ଅଧିକ ୧୯ଜଣଙ୍କ ମୃତ୍ୟୁ ସହ ମୋଟ ସଂଖ୍ୟା ୬୨୫ ହୋଇଛି। ମହାରାଷ୍ଟ୍ର ପୂର୍ବପରି ସର୍ବାଧିକ ସଂକ୍ରମିତ ତାଲିକାରେ ରହିଛି। ବିହାର, କର୍ଣ୍ଣାଟକ ସହିତ ଜାମ୍ମୁ-କାଶ୍ମୀରରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ ୧୨ ରାଜ୍ୟର ୩୦ ପୌରାଞ୍ଚଳ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛି ଓ ଏଠାରେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦକୁ କଡ଼ାକଡ଼ି କରାଯିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। ରାଜଧାନୀ ଦିଲ୍ଲୀର ରୋହିଣୀ କାରାଗାରରେ ୧୫ କଏଦୀ ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ପ୍ରଥମେ ସଂକ୍ରମିତ ବୋଲି ଚିହ୍ନଟ ହୋଇଥିବା ଜଣେ କଏଦୀ ବଳାତ୍କାର ଅଭିଯୁକ୍ତ ଓ ସେ ଡିଡିୟୁ ହସ୍ପିଟାଲରେ ଚିିତ୍ସାଧୀନ ଅଛନ୍ତି। ତା’ ମାଧ୍ୟମରେ ଅନ୍ୟମାନେ ସଂକ୍ରମିତ ହୋଇଥିବା ପ୍ରକାଶ। ସମସ୍ତଙ୍କୁ ଏବେ ସ୍ବତନ୍ତ୍ର କୋଠରିରେ ରଖାଯାଇ ଚିକିତ୍ସା କରାଯାଉଛି। ସମ୍ପୂର୍ଣ୍ଣ କାରାଗାରକୁ ମଧ୍ୟ ବିଶୋଧନ କରାଯାଇଛି। ଅପରପକ୍ଷରେ ଭାରତରର ସ୍ଥିତି ପୂର୍ବପରି ବିଶ୍ବସ୍ତରରେ ଏକାଦଶ ସ୍ଥାନରେ ରହିଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୪ଲକ୍ଷ ଅତିକ୍ରମ କରିଥିବାବେଳେ ଏହା ପଛକୁ ରୁଷିଆ, ଇଂଲଣ୍ଡ, ସ୍ପେନ୍‌, ଇଟାଲୀ, ବ୍ରାଜିଲ ଆଦି ରାଷ୍ଟ୍ରରେ ୨ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି।

Comments are closed.