୧୦ ରାଜ୍ୟରେ ଦେଶର ୯୦% ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧିପାଉଥିବା ବେଳେ ଚିନ୍ତାବଢାଇଛି ୧୦ଟି ରାଜ୍ୟ। ଏଗୁଡିକରେ ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୯୦% ଥିବା ଜଣାପଡିଛି। ଏହି ରାଜ୍ୟଗୁଡିକ ମଧ୍ୟରେ ରହିଛି ବିହାର, ଜାମ୍ମୁକାଶ୍ମୀର ଏବଂ କର୍ଣ୍ଣାଟକ। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଛୁଇଁବାକୁ ବସିଲାଣି। ହରିୟାଣାରେ ୭୯୩ ଏବଂ ଓଡ଼ିଶାରେ ୫୩୮ ଜଣ ସଂକ୍ରମିତ ଅଛନ୍ତି। ଝାଡ଼ଖଣ୍ଡରେ ଏହି ସଂଖ୍ୟା ୧୭୭ ଥିବା ବେଳେ ଚଣ୍ଡିଗଡ଼ ଭଳି ସହରରେ ୧୮୯ ଜଣ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ଧଲାଇ ଜିଲାରେ ନିୟୋଜିତ ବିଏସଏଫ ଯବାନଙ୍କ ମଧ୍ୟରୁ କେତେକଙ୍କଠାରେ ସଂକ୍ରମଣ ଚିହ୍ନଟ କରାଯିବା ପରେ ତ୍ରିପୁରାରେ ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ ଊର୍ଦ୍ଧ୍ବରେ ବୁଧବାର ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଚିନ୍ତା ବଢାଇଥିବା ରାଜ୍ୟଗୁଡିକ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର(୨୫,୯୨୨), ଗୁଜରାଟ(୯,୨୬୮), ତାମିଲନାଡୁ(୯,୨୨୭), ଦିଲ୍ଲୀ(୭,୯୯୮), ରାଜସ୍ଥାନ (୪,୨୨୨), ମଧ୍ୟପ୍ରଦେଶ (୪,୧୭୩), ଉତ୍ତରପ୍ରଦେଶ (୩,୭୭୮), ପଶ୍ଚିମବଙ୍ଗ(୨,୨୯୦), ଆନ୍ଧ୍ର (୨,୧୩୭) ଏବଂ ପଞ୍ଜାବ(୧,୯୨୪)। ସେହିଭଳି ତେଲେଙ୍ଗାନା (୧,୩୬୭), ଜାମ୍ମୁ-କାଶ୍ମୀର(୯୭୧), କର୍ଣ୍ଣାଟକ(୯୫୯), ବିହାର(୯୫୩), ହରିୟାଣା(୭୯୩), ଓଡ଼ିଶା(୬୧୧) ଏବଂ କେରଳ (୫୩୪)। ୩୫ ଦିନରୁ ଅଧିକ ସମୟ ହେବ ଗୋଆରେ କୌଣସି ନୂତନ ରୋଗୀ ଚିହ୍ନଟ କରାଯାଇ ନାହିଁ।

Comments are closed.