ବେଲୁଚିସ୍ତାନ ଅର୍ଥମନ୍ତ୍ରୀ କରୋନା ସଂକ୍ରମିତ, ଡ଼ାକ୍ତରଖାନାରେ ଭର୍ତି

କରାଚୀ: ପାକିସ୍ତାନରେ କରୋନା ନିଜର କାୟା ମେଲାଇ ଚାଲିଛି । କରୋନା କାୟାରେ କବଳିତ ହୋଇଛନ୍ତି ବେଲୁଚିସ୍ତାନ ଅର୍ଥମନ୍ତ୍ରୀ ଜହୁର ବୁଲେଦି । ଏ ସମ୍ପର୍କରେ ନିଜେ ଜହୁର ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସୂଚନା ଅନୁସାରେ  ସ୍ବାବ୍ ନମୁନା ପରୀକ୍ଷା ପରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା ।  ଡାକ୍ତରଙ୍କ ସମସ୍ତ ପରାମର୍ଶ ମାନିବା ସହ ଅତିଶୀଘ୍ର ସୁସ୍ଥ ହେବେ ବୋଲି ସେ ଆଶା କରିଛନ୍ତି । ଏହାପୂର୍ବରୁ ପାକିସ୍ତାନ ଜାତୀୟ ଆସେମ୍ଲି ଅଧ୍ୟକ୍ଷ ଅସଦ୍ କୈସର କରୋନା ସଂକ୍ରମିତ ହୋଇଥିଲେ ।

Comments are closed.