କରୋନା ଯୁଦ୍ଧରେ ସାମିଲ ସମାଜସେବୀ ପ୍ରତାପ ସାହୁ

ବୁଲିବୁଲି ବାଣ୍ଟୁଛନ୍ତି ଖାଦ୍ୟ, ମାସ୍କ, ସାବୁନ ଓ ସାନିଟାଇଜର୍

ଭୁବନେଶ୍ୱର : କରୋନା ପ୍ରଭାବରେ ସାରା ବିଶ୍ୱ ଲଢ଼େଇ ଜାରି ରଖିଥିବାବେଳେ କୋଟି କୋଟି ଲୋକ ଭୋକ ଉପାସରେ ରହୁଥିବା ଦେଖିବାକୁ ମିଳୁଛି। ଭୋକ ଉପାସରେ ରହୁଥିବା ନିଶହାୟ ଓ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ପ୍ରତାପ ସାହୁ। ଏହି ଅସହାୟ ଓ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ, ପାଣି, ବିସ୍କୁଟ, ସର୍ଫଗୁଣ୍ଡ, ଚିନି, ହର୍ଲିକ୍ସ, ସାମ୍ପୁ, ନଡ଼ିଆ ତେଲ ଓ ସାନିଟାଇଜର୍ ଆଦି ବଣ୍ଟନ ସାଙ୍ଗକୁ କରୋନା ସଚେତନତା ସୃଷ୍ଟି କରୁଛନ୍ତି। ସମାଜ ସେବୀ ପ୍ରତାପ ସାହୁ ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ପ୍ରାୟ ୭୦ରୁ ୮୦ କିଲୋମିଟର ବୁଲି ଗଳିକନ୍ଦିରେ ରହୁଥିବା ଅସହାୟ ଲୋକମାନଙ୍କୁ ଏହିସବୁ ଜିନିଷ ବାଣ୍ଟୁଛନ୍ତି। ଏପରିକି ସେ ରାସ୍ତାରେ ଯିିବା ସମୟରେ ବିଭିନ୍ନ ପଶୁମାନଙ୍କୁ ଖାଦ୍ୟ ଖୁଆଉଛନ୍ତି। ଏହା ସହିତ ରାମମନ୍ଦିର, ଭୁବନେଶ୍ୱର କ୍ଲବ୍ ସମ୍ମୁଖ, ରୂପାଲି ଛକ, କଳିଙ୍ଗ ହସ୍ପିଟାଲ୍ ଛକ – ଏହିଭଳି ୧୨ଟି ଜାଗାରେ ପକ୍ଷୀମାନଙ୍କୁ ଗହମ, ଚାଉଳ, ସୋରିଷ ପ୍ରଭୃତି ଖାଇବାକୁ ଦେଉଛନ୍ତି। ମାଷ୍ଟରକ୍ୟାଣ୍ଟିନ୍, ୟୁନିଟ୍ ୪ ମସଜିଦ୍ ସମ୍ମୁଖ, ରାଜମହଲ ରାସ୍ତା କଡ଼ରେ ରହୁଥିବା କୁନିକୁନି ପିଲାମାନଙ୍କୁ ଖାଦ୍ୟ ମଧ୍ୟ ବଣ୍ଟନ କରୁଥିବାବେଳେ ସେ ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ବିତରଣ କରୁଛନ୍ତି। ନିଳାଦ୍ରୀବିାହାର ଓ ମଞ୍ଚେଶ୍ୱରରେ ପ୍ରବାସୀ ଶ୍ରମିକ, ବସ୍ତିରେ ରହୁଥିବା ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରୁଛନ୍ତି। ସମାଜ ସେବୀ ପ୍ରତାପ ସାହୁଙ୍କ ଏହି କାର୍ୟ୍ୟକୁ ସାଧାରଣରେ ବେଶ୍‌ ପ୍ରଂଶସା କରାଯାଇଛି।

Comments
Loading...