ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଉ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦୁଇ ଜଣ ଆକ୍ରାନ୍ତ ବାଲେଶ୍ଵର ଜିଲାର ହୋଇଥିବା ବେଳେ ଜଣେ ଜଗତସିଂହପୁର ଜିଲାର ହୋଇଥିବା ଜଣାପଡ଼ିଛି। ଏଥିସହହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ପହଞ୍ଚିଛି। ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ଜଣ ବ୍ୟକ୍ତି ସୁରତ ଫେରନ୍ତା ଯୁବକ। ସେମାନଙ୍କର ବୟସ ୨୬ ଓ ୨୯।  ସେହିପରି ଆଜି ଜଗତ୍‌ସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗରୁ ଫେରିଥିଲେ। ତାଙ୍କର ବୟସ ୭୦ ବର୍ଷ ଏବଂ ସେ ଜଣେ ବୃଦ୍ଧ।

Comments are closed.