କରୋନା ମୁକାବିଲା ପାଇଁ ବର୍ଷକର ଦରମା ଦେଲେ ସରପଞ୍ଚ

ପିପିଲି : ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର କୋଭିଡ଼-୧୯କୁ ନିଜର ବର୍ଷକର ଦରମା ୨୨ହଜାର ୫୬୦ଟଙ୍କାକୁ ଦାନ କରିଛନ୍ତି ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ସରପଞ୍ଚ ଶୁଭାଶିଷ ରଥ। ଚେକ୍‍ ମାଧ୍ୟମରେ ଶ୍ରୀରଥ ଏହି ଅର୍ଥକୁ ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କ ଜରିଆରେ ପ୍ରଦାନ କରିଛନ୍ତି। କରୋନାର ମୁକାବିଲା ପାଇଁ ଶ୍ରୀରଥ ନିଜ ପଞ୍ଚାୟତରେ ମାସ୍କ ବଣ୍ଟନ, ଗ୍ରାମ୍ୟ ରାସ୍ତା ବିଶୋଧନ, ଅସହାୟଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ଆଦି କାର୍ଯ୍ୟ ଜାରି ରଖିଥିବା ବେଳେ ସାମାଜିକ ଦୂରତା ପାଳନ କରିବା ସହ ଘରେ ରହି ସରକାରଙ୍କ ସମସ୍ତ ଗାଇଡ୍‍ଲାଇନ୍‍କୁ ପାଳନ କରିବା ପାଇଁ ନିୟମିତ ଲୋକମାନଙ୍କୁ ସଚେତନ କରାଉଥିବା ସୂଚନା ମିଳିଛି ।

Comments are closed.