ଠାବ ହେଲେ ୫୬ ନମ୍ବର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ

ଭୁବନେଶ୍ବର (ବ୍ୟୁରୋ) ରାଜ୍ୟର ୫୬ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଶେଷରେ ଠାବ କରିଛି ଭଦ୍ରକ ଜିଲା ପ୍ରଶାସନ । ୫୬ ତମ ସଂକ୍ରମିତ ଯାଜପୁର ବ୍ଲକ୍ ଅନ୍ତର୍ଗତ ସାନତ୍ରିଲୋଚନପୁର ଗାଁର ବାସିନ୍ଦା ଏବଂ ଗତ ମାର୍ଚ୍ଚ ୨୮ରେ ସେ କୋଲକାତାରୁ ଏକ ପରିବା ଗାଡିରେ ଫେରିଥିଲେ । ଏହା ଜଣାପଡିବା ପରେ ଗତ ୧୦ ତାରିଖରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା ।  ଗତକାଲି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବା ବେଳେ କୋଭିଡ୍-୧୯ ପଜିଟିଭ୍ ଆସିଥିଲା ।  ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କଣ୍ଟାକ୍ଟ ଟ୍ରେସିଂ ପରେ ସେହି ଗାଡିରେ ୭ ରୁ ୮ ଜଣ ଥିବା ଜଣାପଡିଥିଲା ।  ୫୬ ନମ୍ବର ଆକ୍ରାନ୍ତ ଚିହ୍ନଟ ପରେ ସାନ ତ୍ରିଲୋଚନପୁର ଗାଁ ଏବଂ ଏହାର ନିକଟବର୍ତ୍ତୀ ସଇପୁର-୩ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିବା ସୂଚନା ମିଳିଛି । 

Comments are closed.