Deprecated: class-oembed.php is deprecated since version 5.3.0! Use wp-includes/class-wp-oembed.php instead. in /var/www/vhosts/samajalive.in/httpdocs/wp-includes/functions.php on line 4903

କରୋନା କବଳରୁ ମୁକ୍ତ ସହର ‘ଜହାରା’

ସ୍ପେନ୍‌ ଭଳି ରାଷ୍ଟ୍ର ମଧ୍ୟ କରୋନା ମୁକ୍ତ ହୋଇପାରିନି। ଗତ କିଛିଦିନ ମଧ୍ୟରେ ସେଠାରେ ୧ଲକ୍ଷ ୨୬ହଜାର ୧୬୮ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧,୯୪୭ଜଣ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେବାରେ କୌଣସି ଅବହେଳା କରୁନାହିଁ। ସମଗ୍ର ସ୍ପେନ୍ କରୋନାରେ ଥରହର ହେଉଥିବାବେଳେ ଦକ୍ଷିଣ ସ୍ପେନ୍‌‌ର ପାହାଡ଼ ଉପରେ ଥିବା ଜହାରା ଡି ଲା ସିୟରା ସହର ମାର୍ଚ୍ଚ ୧୪ରୁ ଅନ୍ୟ ସ୍ଥାନଠାରୁ ଯୋଗାଯୋଗ ବିଚ୍ଛିନ୍ନ କରି ରହିଛି। ସେଠା ମେୟର୍ ସେନିଟିୟୋଗୋ ଗ୍ଲୋବ୍ ଏହି କଡ଼ାକଡ଼ି ନିଷ୍ପତ୍ତି ନେଇଛନ୍ତି। ସହରର ପ୍ରମୁଖ ୫ଟି ମୁଖ୍ୟ ଯୋଗାଯୋଗ ଦୁଆରକୁ ବନ୍ଦ କରାଯାଇଛି। କେବଳ ଗୋଟିଏ ଦୁଆର ଦେଇ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରବେଶ କରିବାର ନିୟମ ରହିଛି। ସେଇ ଦୁଆର ପାଖରେ ୯ଜଣ ଲୋକ ଶକ୍ତପ୍ରହରୀ ଭାବେ କାମ କରୁଥିବାବେ​‌େ​‌ଳ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ୩ଥର ସାନିଟାଇଜ୍ କରାଯାଉଛି। ସେଠା ସ୍ଥାନୀୟ ବାସିନ୍ଦା ହେଲେ ୧୪୦୦, ବାହାର ଦୁନିଆ ସହ ଜହାରା ସହର କୌଣସି ଯୋଗାଯୋଗ ରଖିନାହିଁ। ସହରର ୩ଜଣ ବ୍ୟକ୍ତି ଅନ୍-ଲାଇନ୍ ଘରେ ପନିପରିବା ଓ ସଉଦା ଯୋଗାଇ ଦେଉଥିବାର ପ୍ରକାଶ। ଜହାରା ସହର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସେଠା ଅଲିଭ୍ ଜଙ୍ଗଲ ପୂରା ବିଶ୍ବରେ ଚର୍ଚ୍ଚିତ। ଏଣୁ ନିୟମିତ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ସେଠାରେ ଲାଗେ। ଜହାରା ସହର ବନ୍ଦ ହେବାର ୨ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକ ଆସୁଥିଲେ। ହେଲେ ସହରବାସୀ ମୁଖ୍ୟ ଦୁଆର ପାଖରୁ ସେମାନଙ୍କୁ ବିନୀତ ଅନୁରୋଧ କରୁଥିଲେ ଯେ ଆପଣ ଏଇଠାରୁ ଫେରିଯାନ୍ତୁ। ଆଗାମୀ ୩ ମାସ ପର୍ଯ୍ୟନ୍ତ ଜହାରା ସହର ପାଖକୁ ନ ଆସନ୍ତୁ। ସହର ପ୍ରଶାସକଙ୍କର ଏଇ ପଦକ୍ଷେପକୁ ବିଶ୍ବସ୍ତରରେ ପ୍ରଶଂସା କରାଯାଇଛି।