ଫ୍ରାନ୍ସରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ

ଗୋଟିଏ ଦିନରେ ଚିହ୍ନଟ ହେଲେ ୧ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ପ୍ୟାରିସ: ପୁଣି ଫ୍ରାନ୍ସରେ କରୋନାର ପ୍ରକୋପ । ଦୈନିକ ସଂକ୍ରମଣ ଫ୍ରାନ୍ସରେ ରେକର୍ଡ ଭାଙ୍ଗିଛି । ଓମିକ୍ରନ୍ ଯୋଗୁ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଛି । ଗୋଟିଏ ଦିନରେ ଫ୍ରାନ୍ସରେ ଏକ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଫ୍ରାନ୍ସରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ । ଲଗାତର ତିନିଦିନ ଧରି ଫ୍ରାନ୍ସରେ ସଂକ୍ରମଣ ହାର ବଢ଼ୁଥିବା ବେଳେ, ଆଜି ରେକର୍ଡ ଭାଙ୍ଗିଥିବା ଦେଖିବାକୁ ମିଳିଛି ।

ଗତକାଲି ଫ୍ରାନ୍ସରେ ୮୪ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବଂ ଶୁକ୍ରବାର ଫ୍ରାନ୍ସରୁ ଚିହ୍ନଟ ହୋଇଥିଲେ ୯୪ହଜାର ୧୨୪ ଆକ୍ରାନ୍ତ । ତେବେ ବର୍ତ୍ତମାନର ଆକ୍ରାନ୍ତଙ୍କୁ ମିଶାଇ ଫ୍ରାନ୍ସରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୦ଲକ୍ଷ ୮୮ହଜାରକୁ ବୃଦ୍ଧି ପାଇଛି । ଆଗକୁ ଆହୁରି ଏହି ସଂକ୍ରମଣ ହାର ବଢ଼ିବା ନେଇ ଆଶା କରାଯାଉଛି । ଫ୍ରାନ୍ସରେ ମଧ୍ୟ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।

Comments are closed.