ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ଦିନକରେ ୮ ଚିହ୍ନଟ

କଲମପୁର : କଲମପୁର ଅଂଚଳରେ ଏବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଶନିବାର ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହେଇଥିବା ବେଳେ ରବିବାର ପୁଣି ୮ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହେବା ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି ହେଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଅମାନିଆ କିନ୍ତୁ ନଛୋଡବନ୍ଧା। ମାକ୍ସ ଓ ସାମାଜିକ ଦୂରତ୍ୱ ଭଳି ନିୟମକୁ ଖୋଲା ଖୋଲି ଉଲଂଘନ କରୁଥିବା ଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରୁନାହିଁ। କିଛି ବିବାହ ଭୋଜିରେ ଛତିଶଗଡ ଅଂଚଳର ଲୋକ ଆସି ସାମିଲ ହେଇଥିଲେ ଯେଉଁଥିପାଇଁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ତାନୀୟ ପ୍ରଶାସନ ତରଫରୁ ବି.ଡି.ଓ ପ୍ରଶନ୍ନ କୁମାର ପଟେଲ ଓ ତହସିଲଦାର କରିଶ୍ମା ବେଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ସହ ଆଲୋଚନା କରିଥିଲେ। କିଭଳି ସାମୁହିକ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖାଯାଇ ପାରିବ ସେନେଇ ଆଲୋଚନା କରିଥିଲେ।

Comments are closed.